11/11/2022
Today Competition Details
Start from 3.00pm onwards at Gopabandhu Town Hall, Ganesh Bazar, Dhenkanal.
କପିଳାସ ମହୋତ୍ସବ ୨୦୨୨
ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ ତଥା ମାଇକ୍ରୋମିଡ଼ିଆ ଆୱାରନେସର
୨୦ତମ ବାର୍ଷିକ ଉତ୍ସବ ଉପଲକ୍ଷେ
ଆଜି(୧୧/୧୧/୨୦୨୨)ଶୁକ୍ରବାରର କାର୍ଯ୍ୟକ୍ରମ:-
-----------------------
* ସକାଳ ୧୦ ଘଟିକାରୁ ୨ଟା ପର୍ଯ୍ୟନ୍ତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଚାଲିବ, ଇଛୁକ ରକ୍ତଦାତା ମାନେ ଆସି ରକ୍ତଦାନ କରିବା ହେବେ ।
* ଅପରାହ୍ନ ୩ ଘଟିକା ଠାରୁ ବକ୍ତୃତା(ଢେଙ୍କାନାଳ ପର୍ଯ୍ୟଟନ ସ୍ଥଳୀ), ଶଙ୍ଖ ବାଦନ, ହୁଳହୁଳି( ଉଭୟ ପାଇଁ କୌଣସି ବୟସ ସୀମା ନାହିଁ ) ଏବଂ ସୁଗୃହିଣୀ(ଓଡ଼ିଆଣି ବୋହୁ ବେଶ ସହ କିଛି ଓଡ଼ିଆ ସଂସ୍କୃତି, ପର୍ବପର୍ବାଣୀ ଓ ସାଧାରଣ ଜ୍ଞାନର ପ୍ରତିଯୋଗିତା କେବଳ ବିବାହିତା ମହିଳାଙ୍କ ନିମନ୍ତେ) କାର୍ଯ୍ୟକ୍ରମ କ୍ରମ ଅନୁସାରେ ଅନୁଷ୍ଠିତ ହେବ ଇଛୁକ ପ୍ରତିଯୋଗୀ ମାନେ ଟାଉନ ହଲକୁ ଆସି ୧୦ ରୁ ୩ଟା ମଧ୍ୟରେ ନିଜର ନାମକୁ ପଞ୍ଜିକୃତ କରାଇପାରିବେ ।
* ଅପରାହ୍ନ ୫ ଘଟିକାରେ ସ୍ୱତନ୍ତ୍ର କବିତା ଆସର ସମସ୍ତ କବି ଓ କବୟିତ୍ରୀ ମାନେ ଉପସ୍ଥିତ ରହି ସାମିଲ ହେବାକୁ ଅନୁରୋଧ ।
ଏହା ପରେ ସନ୍ଧ୍ୟା ୭ ଘଟିକାରେ ସନ୍ଧ୍ୟା ଅଧିବେଶନ, ସଭକାର୍ଯ୍ୟ ସହ ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ !
ଆପଣଙ୍କ ସହଯୋଗ, ଉତ୍ସାହ, ଶ୍ରଦ୍ଧା, ଶୁଭକାମନା ଅପେକ୍ଷାରେ
କପିଳାସ ମହୋତ୍ସବ କମିଟି ତଥା
ମାଇକ୍ରୋମିଡ଼ିଆ ଆୱାରନେସ୍
ଢେଙ୍କାନାଳ
9090060360
9861540440
9437197944